ଫେମ ଇଣ୍ଡିଆ ପତ୍ରିକା ଏବଂ ଏସିଆ ପୋଷ୍ଟ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଦେଶର 50 ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶମ ସ୍ଥାନରେ ରହିଛନ୍ତି।According to the survey conducted by Fame India magazine and Asia Post, Odisha Chief Minister Naveen Patnaik is ranked 10th out of 50 influential Indians in the country.
ଓଡିଶାର ଅପ୍ରତିଦ୍ବନ୍ଦୀ ନେତା ଭାବରେ ନବୀନ ପଟ୍ଟନାୟକ ଲଗାତାର ପାଞ୍ଚ ଥର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଲଗାତାର ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଅଟନ୍ତି ଏବଂ ରାଜ୍ୟ ରାଜନୀତିରେ ତାଙ୍କର ପ୍ରଭାବ ଦିନକୁ ଦିନ ବଢ଼ୀବାରେ ଲାଗିଛି। ତାଙ୍କ ନେତୃତ୍ୱରେ ଆଜି ଓଡିଶା ଅନେକ କ୍ଷେତ୍ରରେ ଆଗକୁ ବଢୁଛି। ଓଡ଼ିଶା ଆଜି ଦେଶର ଏକ ଶିଳ୍ପ ରାଜ୍ୟରେ ପରିଣତ ହୋଇଛି।
ଆଜି ଦେଶ ସମୃଦ୍ଧ ରାଜ୍ୟ ହେବା ସହିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସମଗ୍ର ଦେଶ ପାଇଁ ଏକ ଆଦର୍ଶ ରାଜ୍ୟ ମାନ୍ୟତା ହାସଲ କରିଛି। ଏହା ପୂର୍ବରୁ ମଧ୍ୟ କରାଯାଇଥିବା କିଛି ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ଶକ୍ତିଶାଳୀ ନେତାଙ୍କ ତାଲିକାରେ ସ୍ଥାନିତ କରାଯାଇଛି।